ଓଡ଼ିଶା ମ୍ୟାଟ୍ରିକ୍ ଫଳାଫଳ 2026: ମେ ଦ୍ୱିତୀୟ ସପ୍ତାହରେ ଆସିପାରେ Result, ବୋର୍ଡ ପକ୍ଷରୁ ଆଧିକାରିକ ଘୋଷଣାକୁ ଅପେକ୍ଷା Odia Sarakari Update
#News #matric result -2026#odisha #Board of secondonary education of odisha
28/02/2026
ଓଡ଼ିଶାର ଲକ୍ଷାଧିକ ଛାତ୍ରଛାତ୍ରୀ ଏବେ ମ୍ୟାଟ୍ରିକ୍ ଆଉ ମାତ୍ର ଗୋଟେ ଦିନ ପରେ ପରୀକ୍ଷା ଶେଷ ଓ ଏହାରି ଭିତରେ ଫଳାଫଳକୁ ନେଇ ଅପେକ୍ଷାରେ ଅଛନ୍ତି। ଯଦିଓ Board of Secondary Education Odisha ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା ହୋଇନାହିଁ, ପୂର୍ବବର୍ଷର ପ୍ରଚଳିତ ପ୍ରଥା ଅନୁସାରେ ମେ ମାସର ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇପାରେ ବୋଲି ଆକଳନ କରାଯାଉଛି।
ପୂର୍ବବର୍ଷର ରେକର୍ଡ କ’ଣ କୁହେ?
ଗତ କିଛି ବର୍ଷରେ ମ୍ୟାଟ୍ରିକ୍ ରେଜଲ୍ଟ ସାଧାରଣତଃ ମେ ମାସର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ପ୍ରକାଶ ପାଇଥିଲା। ଏହି ଆଧାରରେ ଚଳିତ ବର୍ଷ ମଧ୍ୟ ସେହି ସମୟରେ ଫଳାଫଳ ଆସିପାରେ ବୋଲି ଶିକ୍ଷା ମଣ୍ଡଳୀ ମଧ୍ୟରେ ଆଲୋଚନା ଚାଲିଛି।
କେମିତି ଚେକ୍ କରିବେ Result?
ରେଜଲ୍ଟ ପ୍ରକାଶ ପାଇଲେ ଛାତ୍ରଛାତ୍ରୀମାନେ ଆଧିକାରିକ ୱେବସାଇଟ୍ରେ ନିଜର ରୋଲ୍ ନମ୍ବର ଦେଇ ଫଳାଫଳ ଦେଖିପାରିବେ।
ଛାତ୍ରଛାତ୍ରୀଙ୍କୁ ପରାମର୍ଶ -,
ଅଫିସିଆଲ୍ ଘୋଷଣା ପୂର୍ବରୁ କାହା କଥା କୁ ଶ୍ୱାସ କରିବେନି।
କେବଳ ବୋର୍ଡର ଆଧିକାରିକ ସୂଚନାକୁ ସରକାରୀସ୍ତରୀୟ ମାନକୁ ମାନନ୍ତୁ।
ରେଜଲ୍ଟ ସମ୍ବନ୍ଧୀୟ ଅପଡେଟ୍ ପାଇଁ ଅଧିକାରିକ ମାଧ୍ୟମ ଅନୁସରଣ କରନ୍ତୁ।
Disclaimer: ଉପରୋକ୍ତ ସୂଚନା ପୂର୍ବବର୍ଷର ରେକର୍ଡ ଓ ସାଧାରଣ ଆକଳନ ଆଧାରିତ। ଆଧିକାରିକ ଘୋଷଣା ପାଇଁ ବୋର୍ଡର ସୂଚନାକୁ ଅପେକ୍ଷା କରନ୍ତୁ।
Comments
Post a Comment