ଖୁସି ଖବର - EPFO ଆକାଉଣ୍ଟ ଥିଲେ ଆସିବ ୭୫୦୦ Reporter : Odia Sarakari Update
#EPFOUpdate #EPFOPension #EPFONews #PensionHike #EmployeeBenefits #IndiaNews #SpecialReport
Date-09/03/2026,NewDelhi
1-EPFO ଆକାଉଣ୍ଟ ଥିବା କର୍ମଚାରୀ ଓ ପେନ୍ସନ୍ଭୋଗୀମାନଙ୍କ ପାଇଁ ଆସିପାରେ ବଡ ଖବର। ବର୍ତ୍ତମାନ ନ୍ୟୁନତମ ପେନ୍ସନ୍ ରାଶି ବଢ଼ାଇବା ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ଓ ପେନ୍ସନ୍ଭୋଗୀମାନଙ୍କ ଦ୍ୱାରା ଦାବି ଉଠିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ୧୦୦୦ ଟଙ୍କା ନ୍ୟୁନତମ ପେନ୍ସନ୍ ରହିଥିବାବେଳେ ଏହାକୁ ୬୫୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ କରିବାକୁ ଦାବି କରାଯାଇଛି।
2-ଏହା ସହିତ ମହଙ୍ଗା ଭତ୍ତା (Dearness Allowance) ମଧ୍ୟ ପେନ୍ସନ୍ ସହ ଯୋଡ଼ାଯିବାକୁ ଚର୍ଚ୍ଚା ଚାଲିଛି। ଯଦି ଏହି ପ୍ରସ୍ତାବକୁ ସରକାର ମଞ୍ଜୁର କରନ୍ତି , ତେବେ ଭବିଷ୍ୟତରେ ପେନ୍ସନ୍ ରାଶି ୭୫୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି କୁହାଯାଉଛି। ଏହା ଲକ୍ଷାଧିକ EPFO ପେନ୍ସନ୍ଭୋଗୀଙ୍କ ପାଇଁ ବଡ ବରଦାନ ହେବ।
3-କର୍ମଚାରୀ ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (EPFO) ଭିତରେ ଥିବା EPS-95 ପେନ୍ସନ୍ ଯୋଜନାର ଲାଭ ନେଉଥିବା ଅନେକ ପେନ୍ସନ୍ଭୋଗୀ ଦୀର୍ଘଦିନ ଧରି ପେନ୍ସନ୍ ବଢ଼ାଇବାକୁ ଦାବି କରୁଛନ୍ତି। ବର୍ତ୍ତମାନ ବୃଦ୍ଧିଶୀଳ ମହଙ୍ଗା ଦରକୁ ଦେଖି ନ୍ୟୁନତମ ପେନ୍ସନ୍ ୭୫୦୦ ଟଙ୍କା କରିବା ସହିତ ମହଙ୍ଗା ଭତ୍ତା ଯୋଡ଼ିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି।
4-ତଥାପି ଏନିୟମରେ କେନ୍ଦ୍ର ସରକାର କିମ୍ବା EPFO ପକ୍ଷରୁ ଅଧିକାରିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ଯଦି ସରକାର ଏହାକୁ ଅନୁମୋଦନ କରନ୍ତି, ତେବେ ଦେଶର ଲକ୍ଷାଧିକ ପେନ୍ସନ୍ଭୋଗୀମାନେ ଏଥିରୁ ଲାଭାନ୍ବିତ ହେବେ।
Disclaimer (ଅସ୍ୱୀକାରୋକ୍ତି)-:
ଏହି ଖବରଟି ବିଭିନ୍ନ ମାଧ୍ୟମରୁ ମିଳିଥିବା ସୂଚନା ଉପରେ ଆଧାରିତ। ସରକାର କିମ୍ବା EPFO ପକ୍ଷରୁ ଅଧିକାରିକ ଘୋଷଣା ପରେ ମାତ୍ର ଏହାର ସଠିକ୍ ତଥ୍ୟ ସ୍ପଷ୍ଟ ହେବ। ଦୟାକରି ସରକାରୀ ସୂଚନାକୁ ଅନୁସରଣ କରନ୍ତୁ।

Comments
Post a Comment