KYC ନକଲେ ଚାଲିବନି ସୋସିଆଲ ମିଡିଆ? ସତ୍ୟ କଣ ଜାଣନ୍ତୁ Repoter : Odia Sarakari Update

#IndiaNews #FactCheck #CyberSafety #DigitalIndia #SocialMediaUpdate #OnlineSafety #KYCUpdate #OTVDigital Date-27/03/2026, New Dellhi, India ଆଜିକାଲି ସୋସିଆଲ ମିଡିଆରେ ଗୋଟିଏ ଖବର ବେଶି ଭାବେ ଭାଇରାଲ୍ ହେଉଛି — ଯଦି ଆପଣ Facebook, Instagram କିମ୍ବା X (Twitter) ବ୍ୟବହାର କରୁଛନ୍ତି, ତେବେ ଆଗକୁ KYC କରିବା ଅବଶ୍ୟକ ହେବ। ଏହି ଖବର ଦେଖି ଅନେକ ଲୋକ ଭୟଭୀତ ଓ ଅସମ୍ମନ୍ଧିତ ହେଉଛନ୍ତି। କିନ୍ତୁ ସତ୍ୟ କଣ? ଆସନ୍ତୁ ସରଳ ଭାବରେ ବୁଝିବା। କେଉଁଠୁ ଆସିଲା ଏହି ଖବର? ଭାରତରେ ଏକ ସଂସଦୀୟ କମିଟି ସୋସିଆଲ ମିଡିଆକୁ ଅଧିକ ସୁରକ୍ଷିତ କରିବା ପାଇଁ କିଛି ପରାମର୍ଶ ଦେଇଛି। ସେଥିରେ ଗୋଟିଏ ପ୍ରସ୍ତାବ ହେଉଛି — ବ୍ୟବହାରକାରୀଙ୍କ ପାଇଁ KYC (Know Your Customer) ପ୍ରଣାଳୀ ବିଚାର କରିବା। ଏହି ପ୍ରସ୍ତାବର ଲକ୍ଷ୍ୟ👇 Fake account କମେଇବା Cyber crime ରୋକିବା ଅନଲାଇନ୍ ଠକେଇ ଓ ଅପରାଧ ନିୟନ୍ତ୍ରଣ କରିବା ଡିଜିଟାଲ ଦୁନିଆକୁ ଅଧିକ ସୁରକ୍ଷିତ କରିବା କିନ୍ତୁ ସତ୍ୟ କଥା ହେଉଛି… ଏହା କେବଳ ଗୋଟିଏ ସୁପାରିଶ (recommendation) ଏପର୍ଯ୍ୟନ୍ତ ସରକାର ଏହାକୁ ଆଇନ କରିନାହାନ୍ତି କୌଣସି ସୋସିଆଲ ମିଡିଆ platform ରେ KYC ବାଧ୍ୟତାମୂଳକ ନୁହେଁ ମାନେ — ଆପଣଙ୍କୁ ଏବେ Facebook, Instagram କିମ୍ବା X ବ୍ୟବହାର ପାଇଁ KYC କରିବାକୁ ପଡ଼ିବ ନାହିଁ। ଭାଇରାଲ୍ ପୋଷ୍ଟ କାହିଁକି ଭୁଲ୍? ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ ଭାଇରାଲ୍ ହେଉଛି, ସେଥିରେ କୁହାଯାଉଛି — ❌ “KYC ନ କଲେ ଆପଣଙ୍କ ଆକାଉଣ୍ଟ ବନ୍ଦ ହେବ” କିନ୍ତୁ ଏହା ପୁରାପୁରି ଭୁଲ୍ ଓ ଭ୍ରାମିକ ସୂଚନା କାରଣ ଏପର୍ଯ୍ୟନ୍ତ ଏମିତି କୌଣସି ନିୟମ ଆସିନାହିଁ ଭବିଷ୍ୟତରେ କଣ ହେଇପାରେ? ଯଦି ସରକାର ଏହି ପ୍ରସ୍ତାବକୁ ମନ୍ଜୁର କରି ଆଇନ ରୂପେ ଲାଗୁ କରିଦେଇ, ତେବେ ଆଗକୁ KYC ବାଧ୍ୟତାମୂଳକ ହେଇପାରେ। କିନ୍ତୁ ସେଥିପାଇଁ ଅଧିକ ଆଲୋଚନା, ନିୟମ ଓ implementation ଦରକାର। ଶେଷରେ :, ସୋସିଆଲ ମିଡିଆରେ KYC ବିଷୟରେ ଚର୍ଚ୍ଚା ଚାଲିଛି କିନ୍ତୁ ଏହା ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ “KYC ନ କଲେ ସୋସିଆଲ ମିଡିଆ ବନ୍ଦ” — ଏହା ଭୂଲ ଖବର. ସତର୍କ ରୁହନ୍ତୁ, ଭ୍ରାମକ ଖବରରୁ ଦୂରେ ରୁହନ୍ତୁ! ସଠିକ୍ ସୂଚନା ଶେୟର କରନ୍ତୁ, panic ସୃଷ୍ଟି କରନ୍ତୁ ନାହିଁ। Repoter: Odia Sarakari Update Disclaimer -: ଏହି ସୂଚନା କେବଳ ଜଣାଇବା ପାଇଁ। ସୋସିଆଲ ମିଡିଆ KYC ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update