ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ : ଦେଶରେ ଗ୍ୟାସ ସଙ୍କଟ ଆଶଙ୍କା, ପରିସ୍ଥିତି ମୁକାବିଲା ପାଇଁ ପିଏମ୍ ମୋଦି ଡାକିଲେ ଜରୁରୀ ବୈଠକ Reporter : Odia Sarakari Update

#PMModi#GasCrisisIndia#MiddleEastConflict#LPGShortage#PetroleumMinistry#OilCompaniesIndia#IndiaEnergyNews Date-10/03/2026, NewDelhi, India ମଧ୍ୟପ୍ରାଚ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ବିଶ୍ୱ ପେଟ୍ରୋଲ ଓ ଡିଜେଲ ବଜାର ଉପରେ ପଡ଼ୁଥିବା ବେଳେ ଭାରତରେ ମଧ୍ୟ ଗ୍ୟାସ ଯୋଗାଣ ନେଇ ଚିନ୍ତା ବଢ଼ିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ବୈଠକ ଡାକିଥିବା ସୂଚନା ମିଳିଛି। ବୈଠକରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ସହ ବୈଦେଶିକ କାର୍ଯ୍ୟ ମନ୍ତ୍ରାଳୟର ଉଚ୍ଚ ଅଧିକାରୀମାନେ ଯୋଗଦେଇ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ମଧ୍ୟପ୍ରାଚ୍ୟରେ ବିବାଦ ପରିସ୍ଥିତି ବଢୁଥିବାରୁ ବିଶ୍ୱ ବଜାରରେ କଞ୍ଚା ତେଲ ଓ ଏଲପିଜି ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି। ଏହାର ପ୍ରଭାବ ଭାରତର ପେଟ୍ରୋଲ/ଡିଜେଲ ଆମଦାନୀ ଉପରେ ପଡ଼ିପାରେ ବୋଲି କେନ୍ଦ୍ର ସରକାର ଚିନ୍ତିତ। ଭାରତ ତାହାର ବଡ଼ ଅଂଶ ଏଲପିଜି ଓ କଞ୍ଚା ତେଲ ମଧ୍ୟପ୍ରାଚ୍ୟ ଦେଶମାନଙ୍କ ଠାରୁ ଆମଦାନୀ କରୁଥିବାରୁ ସେଠାରେ ଯୁଦ୍ଧ ବା ବିବାଦ ବଢିଲେ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଜରୁରୀ ବୈଠକରେ ଦେଶରେ ଏଲପିଜି ଓ ପ୍ରାକୃତିକ ଗ୍ୟାସ ଯୋଗାଣ କେମିତି ସ୍ଥିର ରଖାଯିବ ଏବଂ ଆପତ୍କାଳୀନ ସ୍ଥିତିରେ କେଉଁ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ତେଲ କମ୍ପାନୀମାନଙ୍କୁ ମଧ୍ୟ ପ୍ରୟାପ୍ତ ମଜୁତ ରଖିବାକୁ ଓ ଯୋଗାଣ ବ୍ୟବସ୍ଥା ସୁଚାରୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ଦେଶର ସାଧାରଣ ଲୋକଙ୍କ ଗ୍ୟାସ ସମ୍ବନ୍ଧରେ ଯୋଗାଣର କୌଣସି ବିଘ୍ନ ନ ହେଉ , ସେଥିପାଇଁ ପୂର୍ବପ୍ରସ୍ତୁତି ନିଆଯାଉଛି। ପରିସ୍ଥିତି ଅନୁସାରେ ବିକଳ୍ପ ଆମଦାନୀ ଉତ୍ସ ଓ ରଣନୀତି ମଧ୍ୟ ସରକାର ବିଚାର କରୁଛି ବୋଲି ଖବର ମିଳିଛି। Disclaimer: ଉପରୋକ୍ତ ସୂଚନା ବିଭିନ୍ନ ସମ୍ବାଦ ସୂତ୍ର ଓ ମିଡିଆ ରିପୋର୍ଟ ଆଧାରରେ ପ୍ରସ୍ତୁତ। ସଠିକ୍ ସୂଚନା ପାଇଁ ସରକାରୀ ଘୋଷଣାକୁ ଅନୁସରଣ କରନ୍ତୁ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update