ବିଧାନସଭାରେ ଏସସିବି ତାତି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିରୋଧୀ Repoter : Odia Sarakari Update

#Odisha #Assembly #SCB #Politics #BreakingNews Date-17/03/2026, Bhubaneswar, Odisha ଏସସିବି ମେଡିକାଲ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ଓଡିଶାର ରାଜନୀତି ଗରମ ହୋଇଯାଇଛି। ଏହାର ପ୍ରତିଫଳ ଆଜି ବିଧାନସଭାରେ ସ୍ପଷ୍ଟ ଭାବେ ଦେଖାଦେଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ସହିତ ସହିତ ବିରୋଧୀ ଦଳ ଏହି ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରି ଭୟଙ୍କର ହଙ୍ଗାମା ଆରମ୍ଭ କରିଥିଲେ। ବିରୋଧୀ ସଦସ୍ୟମାନେ ଏସସିବି ମେଡିକାଲରେ ଘଟିଥିବା ଅଗ୍ନିକାଣ୍ଡକୁ ଗୁରୁତର ଅବହେଳା ବୋଲି ଅଭିଯୋଗ କରିଥିଲେ। ସେମାନେ କହିଥିଲେ ଯେ, ଏପରି ବଡ଼ ହସ୍ପିଟାଲରେ ଯଦି ନିରାପତ୍ତା ବ୍ୟବସ୍ଥା ଠିକ୍ ଭାବେ ରହିନଥାଏ, ତେବେ ସାଧାରଣ ଲୋକଙ୍କ ଜୀବନ କେତେ ସୁରକ୍ଷିତ ରହିପାରିବ ତାହା ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାରେ ଦାୟୀଙ୍କୁ ତତ୍କାଳ ଗିରଫ କରିବା, ଉଚ୍ଚସ୍ତରୀୟ ତଦନ୍ତ ଓ ପୀଡିତ ପରିବାରକୁ ଯଥୋଚିତ ମୁଆବଜା ଦେବା ଦାବିରେ ସେମାନେ ଗୃହ ମଧ୍ୟରେ ସ୍ଲୋଗାନ୍ ଦେଇଥିଲେ। ଅନ୍ୟପଟେ ଶାସକ ଦଳ ପକ୍ଷରୁ ଏହାକୁ ନେଇ ଉତ୍ତର ଦିଆଯାଇଥିଲା ଯେ, ଘଟଣାର ତଦନ୍ତ ଚାଲିଛି ଏବଂ ଦୋଷୀଙ୍କୁ କଠୋର ଶାସ୍ତି ଦିଆଯିବ। ସରକାର ପକ୍ଷରୁ ଏହାମଧ୍ୟ କୁହାଯାଇଥିଲା ଯେ, ରୋଗୀ ଓ ହସ୍ପିଟାଲର ସୁରକ୍ଷା ପାଇଁ ଆଗାମୀଦିନରେ ଅଧିକ କଠୋର ବ୍ୟବସ୍ଥା ଗ୍ରହଣ କରାଯିବ। କିନ୍ତୁ ବିରୋଧୀମାନେ ଏହି ଉତ୍ତରରେ ସନ୍ତୁଷ୍ଟ ହୋଇନଥିଲେ। ପରିସ୍ଥିତି ତିବ୍ର ହେବା ସହ ବାଚସ୍ପତି ପକ୍ଷରୁ ପୁନଃପୁନି ଗୃହରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରାଯାଇଥିଲା। ସେ ଚାହୁଁଥିଲେ ଯେ, ସଦସ୍ୟମାନେ ନିୟମ ଅନୁସାରେ ଆଲୋଚନା କରନ୍ତୁ ଓ ଗୃହର କାର୍ଯ୍ୟ ସୁଚାରୁ ଭାବେ ଚାଲୁଥାଉ। ତଥାପି ବିରୋଧୀ ଦଳର ହଙ୍ଗାମା କମିନଥିଲା। ଶେଷରେ ଅନିୟନ୍ତ୍ରିତ ପରିସ୍ଥିତିକୁ ଦେଖି ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବି କରିବାକୁ ବାଧ୍ୟ ହୋଇଥିଲେ। ଗୃହ ମୁଲତବି ହେବା ପରେ ମଧ୍ୟ ବିରୋଧୀ ଦଳର ପ୍ରତିବାଦ ଚାଲିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଓଡିଶାର ରାଜନୀତି ଆହୁରି ତେଜ ହେବା ସମ୍ଭାବନା ରହିଛି। ଏସସିବି ଘଟଣାକୁ ନେଇ ଆଗାମୀଦିନରେ ବିଧାନସଭାରେ ତୀବ୍ର ତର୍କବିତର୍କ ହେବା ସହ ସରକାର ଉପରେ ଚାପ ବଢ଼ିବା ନିଶ୍ଚିତ ବୋଲି ରାଜନୀତିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି। ଏହା ସହିତ ସାଧାରଣ ଲୋକମାନେ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତା ଜଣାଇଛନ୍ତି ଓ ହସ୍ପିଟାଲଗୁଡ଼ିକରେ ଭଲ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି ଉଠାଇଛନ୍ତି। Reporter : Odia Sarakari Update Disclaimer :-ଏହି ଖବର ବିଭିନ୍ନ ସମାଚାର ସୂତ୍ର ଓ ପ୍ରାରମ୍ଭିକ ସୂଚନା ଉପରେ ଆଧାରିତ। ପରବର୍ତ୍ତୀ ସମୟରେ ତଥ୍ୟରେ ପରିବର୍ତ୍ତନ ହେଇପାରେ।

Comments

Popular posts from this blog

"ଭୂଲେଖ" ପଟ୍ଟା ଓ ନକ୍ସା ସଂଶୋଧନ ପାଇଁ ଜିଲ୍ଲାପାଳଙ୍କୁ ନୂଆ ନିର୍ଦ୍ଦେଶ Repoter : Odia Sarakari Update

ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା: ମୃତକ ଜଣକ ହେଲେ ଯୁଟ୍ୟୁବର ରାହୁଲ ମହାରଣା Odia Sarakari Update

ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ Odia Sarakari Update