ଦିନେ ଅପରାଜୟ ଥିଲେ ଆଜି ପରାଜୟ କୁ ସାମ୍ନା କରି ସବୁ କ୍ଷେତ୍ରରେ ହାରି ଯାଉଛନ୍ତି ନବୀନ Repoter : Odia Sarakari Update
#NaveenPatnaik #BJD #OdishaPolitics #BJP #OdishaNews #PoliticalAnalysis
Date-19/03/2026,Bhubaneswar, Odisha
1-ପୂର୍ବରୁ ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନଵୀଵ ପଟ୍ଟନାୟକ ଥିଲେ ଅପରାଜୟ ହେଲେ ସବୁକ୍ଷେତ୍ରରେ ହାରିଯାଉଛନ୍ତି । ତାଙ୍କ ସାମ୍ନା କରିବାକୁ ବିପକ୍ଷ ନେତାମାନେ ଭୟ କରୁଥିଲେ। କିନ୍ତୁ ପରିବର୍ତ୍ତିତ ରାଜନୀତିକ ପରିବେଶରେ ଏବେ ସେଇ ପ୍ରଭାବ ଆଉ ଆଗ ଭଳି ଦେଖାଯାଉନାହିଁ।
2-ଲଗାତାର ନିର୍ବାଚନୀ ପରାଜୟ ପରେ ତାଙ୍କ ରାଜନୈତିକ ଗ୍ରାଫ ତଳମୁଁହା ହେଉଥିବା ଦେଖାଯାଉଛି। ବିଶେଷକରି ୨୦୨୪ ନିର୍ବାଚନରେ କ୍ଷମତା ହାରାଇବା ସହ ନିଜ ଆସନ କଣ୍ଟାବାଞ୍ଜିରୁ ପରାଜୟ, ତାଙ୍କ ପାଇଁ ବଡ଼ ଝଟକା ହୋଇଥିଲା। ଏହା ପରେ ଦଳୀୟ ସଂଗଠନ ମଧ୍ୟରେ ମନୋବଳ କମିଯାଇଥିବା ଦେଖାଯାଉଛି।
3-ପରବର୍ତ୍ତୀ ସମୟରେ ନୂଆପଡା ଉପନିର୍ବାଚନରେ ମଧ୍ୟ Biju Janata Dal ଆଶାଅନୁଯାୟୀ ଫଳାଫଳ ମିଳିଲା ନାହିଁ। ଦଳ ପୂର୍ବଭଳି ଜନସମର୍ଥନ ପାଇବ ବୋଲି ଆଶା କରାଯାଉଥିଲେ ମଧ୍ୟ, ପରିସ୍ଥିତି ତାହାକୁ ସମର୍ଥନ କରିନାହିଁ। ଏଥିରେ Bharatiya Janata Party ନିଜ ସ୍ଥିତିକୁ ଆହୁରି ମଜବୁତ କଲା ଆଉ ଦଳ ଜିତିଗଲା ।
4-ସେପଟେ ରାଜ୍ୟସଭା ନିର୍ବାଚନରେ ମଧ୍ୟ ଆଶାଅନୁଯାୟୀ ସଫଳତା ନମିଳିବା ଦଳ ପାଇଁ ଆଉ ଗୋଟିଏ ମାଇଲ ପଛକୁ ପଦକ୍ଷେପ ନେଇଛି । ଏହି ସବୁ ଘଟଣା ମିଶି ଏବେ ନବୀନଙ୍କ ରାଜନୀତିକ ଯାତ୍ରାରେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ତେବେ ରାଜନୀତିରେ ପରିସ୍ଥିତି ସବୁବେଳେ ଏକରୂପ ରହେନି। ଅନୁଭବୀ ନେତା ଭାବେ Naveen Patnaik ଆଗାମୀ ଦିନରେ କିପରି ନୂଆ ରଣନୀତି ନେଇ ଫେରିବେ, ସେଥିରେ ସମସ୍ତଙ୍କର ନଜର ରହିଛି।
Repoter:Odia Sarakari Update
Disclaimer :-ଏହି ଖବରଟି ସାଧାରଣ ତଥ୍ୟ, ରାଜନୈତିକ ଘଟଣାବଳୀ ଓ ସମ୍ଭାବ୍ୟ ବିଶ୍ଳେଷଣ ଉପରେ ଆଧାରିତ। ଏଥିରେ ଉଲ୍ଲେଖିତ ମତାମତ ଲେଖକଙ୍କ ବ୍ୟକ୍ତିଗତ ମତ ହୋଇପାରେ। ଏହା କୌଣସି ବ୍ୟକ୍ତି, ଦଳ କିମ୍ବା ସଂଗଠନକୁ ଅପମାନ କରିବା ଉଦ୍ଦେଶ୍ୟରେ ଲେଖାଯାଇନାହିଁ।
Comments
Post a Comment